Tuesday, October 2, 2018

ଚିତ୍ତରଞ୍ଜନ ଦାସ


ପ୍ରଫେସର ଚିତ୍ତରଞ୍ଜନ ଦାସ ଜଣେ ସୁପ୍ରସିଦ୍ଧ ସାହିତ୍ୟିକ, ଶିକ୍ଷାବିତ୍ ଓ ସମାଜସେବୀ । ହାଇସ୍କୁଲ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଚିତ୍ତରଞ୍ଜନ, ନିଜର ଅସାଧାରଣ ମେଧା-ଶକ୍ତି ଓ ପ୍ରଜ୍ଞା ବଳରେ ସବୁ କ୍ଷେତ୍ରରେ ସଫଳତାର ଶୀର୍ଷ ଛୁଇଁଥିଲେ । ୧୯୪୨ରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗଦେଇ ପଢ଼ା ଛାଡ଼ିଥିଲେ । ସୁରେନ୍ଦ୍ର ନାଥ ଦ୍ୱିବେଦୀ ଥିଲେ ତାଙ୍କ ସଂଗ୍ରାମୀ ଜୀବନର ରାଜନୈତିକ ଗୁରୁ । ବ୍ରିଟିସ ବିରୋଧୀ କାର୍ଯ୍ୟକଳାପରେ ସାମିଲ ହୋଇ ଗିରଫ ହୋଇଥିଲେ । ଏଥିପାଇଁ ତାଙ୍କୁ ଦେଢ଼ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା । ଜେଲ ରହଣି କାଳରେ ସେ ଅସଂଖ୍ୟ ବହି ପଢ଼ି ନିଜକୁ ସୁଗଠିତ କରିବାରେ ସଫଳ ହୋଇଥିଲେ । ଜେଲରୁ ମୁକୁଳିବା ପରେ ସେ ଉଚ୍ଚ ଶିକ୍ଷା ପାଇଁ ଯାଇଥିଲେ ଶାନ୍ତିନିକେତନ ସେଠାରୁ ଡେନମାର୍କର କୋପେନହେଗେନ୍ ଯାତ୍ରା ଓ ମନୋବିଜ୍ଞାନ ଅଧ୍ୟୟନ । ପ୍ରାୟ ଚାରି ବର୍ଷ ବିଦେଶରେ କଟିଥିଲା । ଏହି ସମୟ ମଧ୍ୟରେ ଏକାଧିକ ବିଦେଶୀ ଭାଷା ଶିକ୍ଷା କରିଥିଲେ । ସ୍ୱଦେଶ ଫେରିବା ପରେ ଅନୁଗୋଳର ଚମ୍ପତ୍ତିମୁଣ୍ଡାରେ ସ୍ଥାପିତ ଜୀବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିଲେ । କବିତା, ଭ୍ରମଣ ସାହିତ୍ୟ, ଅନୁବାଦ ସାହିତ୍ୟ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ରାମ୍ୟ ରଚନା, ଆଲୋଚନା ତଥା ଗବେଷଣା ଉପରେ ଦୁଇ ଶହରୁ ଅଧିକ ପୁସ୍ତକ ସେ ରଚନା କରିଛନ୍ତି । ମିତ୍ରସ୍ୟ ଚକ୍ଷୁସା ତାଙ୍କର ଆତ୍ମଚରିତ । ଜୀବନ ବିଦ୍ୟାଳୟ ପାଇଁ ୧୯୬୧ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଓଡ଼ିଆ ଓ ଓଡ଼ିଶା ପାଇଁ ୧୯୮୯ରେ ଶାରଳା ଏବଂ ବିଶ୍ୱକୁ ଗବାକ୍ଷ ପାଇଁ ୧୯୯୮ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଦ୍ୱାରା ସେ ସମ୍ମାନିତ । ୧୯୨୩ ଅକ୍ଟୋବର ଆଜିର ଦିନରେ କଟକ ଜିଲ୍ଲା ଅନ୍ତର୍ଗତ ବାଗଲପୁର ଗ୍ରାମରେ ଚିତ୍ତରଞ୍ଜନ ଦାସ ଜନ୍ମ ଗ୍ରହଣ କରିଥିଲେ ।

No comments:

Post a Comment

ଚିତ୍ତରଞ୍ଜନ ଦାସ

ପ୍ରଫେସର ଚିତ୍ତରଞ୍ଜନ ଦାସ ଜଣେ ସୁପ୍ରସିଦ୍ଧ ସାହିତ୍ୟିକ, ଶିକ୍ଷାବିତ୍ ଓ ସମାଜସେବୀ । ହାଇସ୍କୁଲ ଶିକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିବା ଚିତ୍ତରଞ୍ଜନ, ନିଜର ଅସ...